କଂଗ୍ରେସ୍ ଦଳ ଛାଡ଼ିଲେ ବିଧାୟକ ମୋକିମଙ୍କ ଘନିଷ୍ଠ ସହଯୋଗୀ, ବିଜେଡି ରେ ସାମିଲ ହେବେ କି ମୋକିମ୍

କଂଗ୍ରେସ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ପାଇଁ ପୁଣି ଆଜି ଦଳ ଛାଡିଛନ୍ତି ଦୁଇ ଟାଣୁଆ ନେତା ଙ୍କ ସହିତ  ୩୦ରୁ ଉର୍ଦ୍ଧ କଂଗ୍ରେସ ନେତା ତଥା କର୍ମୀ । ତେବେ ଦଳ ଛାଡ଼ିଥିବା ନେତାଙ୍କ ମଧ୍ୟରେ କଟକର ଦୁଇଜଣ ରାଜ୍ୟ ସ୍ତରୀୟ ନେତା ବିଶ୍ୱଜିତ ଦାସ ଓ ସମ୍ପାଦକ ନିକୁଞ୍ଚ ପଶାୟତ ମଧ୍ୟ ରହିଛନ୍ତି । ଉଭୟ କଂଗ୍ରେସ ନେତା ତଥା କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମଙ୍କ ଅତି ଘନିଷ୍ଠ । ଏପଟେ ମୋକିମ ମଧ୍ୟ କଂଗ୍ରେସ ଛାଡ଼ିବେ ବୋଲି ଚର୍ଚା ହେଉଥିଲା I

ସୁଚନା ଥାଉ କି ରାଷ୍ଟ୍ର ପତି ଭୋଟ ଚୟନ କୁ ନେଇ ସବୁଆଡେ ଜୋରଦାର ଚର୍ଚା ହେଉଥିବା ବେଳେ ମୋକିମଙ୍କ କ୍ରସ ଭୋଟିଂ କୁ ନେଇ କେବଳ କଂଗ୍ରେସ ନୁହେଁ ସାରା ଓଡିଶା ଚର୍ଚା ହେଇଥିଲା I ଦଳ ପକ୍ଷରୁ ବାରଣ ସତ୍ୱେ କଂଗ୍ରେସ ପ୍ରାଥୀଙ୍କୁ ଭୋଟ ନଦେଇ NDA ସମର୍ଥିତ ପ୍ରାଥୀ ଙ୍କୁ ଭୋଟ ଦେଇଥିଲେ କଟକ-ବାରବାଟିର ବିଧାୟକ ମହମ୍ମଦ ମୋକିମ୍‌ ଏବଂ ଭୋଟ ପରେ କହିଥିଲେ କି ପାର୍ଟି ଅପେକ୍ଷା ମାଟି କୁ ମୁଁ ସର୍ବ ପ୍ରଥମ ବାଛିଲି I ମୋ ବିବେକ କହିଲା ଓଡିଶା ମାଟିରୁ ଜଣେ ମହିଳା ଦେଶର ସର୍ବୋଚ୍ଚ ଆସନ ରେ ପ୍ରତିଷ୍ଠିତ ହେବେ ହୁଏତ ଏମିତି ସୁଯୋଗ ଆଉ ଭବିଷ୍ୟତ ରେ କେଭେଁବି ମିଳି ନପାରେ ମୋ ପାଇଁ I

ତେବେ କଟକ-ବାରବାଟିର ବିଧାୟକ ମହମ୍ମଦ ମୋକିମ୍‌ ଙ୍କ ଦ୍ରୌପଦୀ ଙ୍କୁ ଭୋଟ ଦେବାକୁ ନେଇ ଚର୍ଚା ହେଉଛି କି ହୁଏତ ବିଜେଡି ରେ ଖୁବଶୀଘ୍ର ମିସିପାରନ୍ତି I କାହିଁକିନା ନିକଟରେ କଂଗ୍ରେସ ର ଦଳୀୟ ଗୋଷ୍ଠୀକନ୍ଦଳ ରେ ଅସନ୍ତୁଷ୍ଟ ହେଇ ସେ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ୱ ନେବା ପରେ କଂଗ୍ରେସ ବିଧାୟକ ଦଳ ସମ୍ପାଦକ ପଦରୁ ମୋକିମ ଇସ୍ତଫା ଦେଇଦେଇଥିଲେ I ସେତେବେଳେ ବିଜେଡି ରେ ମିଶିବା ନେଇ ଚର୍ଚା ହେଉଥିଲା କିନ୍ତୁ ଏବେ ଭୋଟ ପରେ ସବୁଆଡେ ଏହାକୁ ନେଇ ଜୋରଦାର ଆଲୋଚନା ଚାଲିଛି I ଏପଟେ ଏଭଳି ଆଲୋଚନା କୁ ପ୍ରସୟ ଦେଇଛି ଦେବାଶିଷ ସାମନ୍ତରାୟ ଙ୍କ ପାରାଦୀପ ମୁଁହା I

କଟକ ବାରବାଟୀ ର ପୂର୍ବତନ ବିଜେଡି ବିଧାୟକଦେବାଶିଷ ସାମନ୍ତରାୟଙ୍କୁ ହରାଇ ମୋକିମ ଏହି ଆସନରେ ବିଜୟୀ ହୋଇଛନ୍ତି । ତେବେ ଦେବାଶିଷ ସାମନ୍ତରାୟ ଏବେ ପାରାଦୀପ ଆସନରୁ ଲଢେଇ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି I
ଏସବୁ ଭିତରେ ଚର୍ଚା ହେଉଛି ବାରବାଟୀ କଟକରୁ ଶଙ୍ଖ ଟିକେଟରେ ଲଢ଼ିବେ କି ମୋକିମ ?

Leave a Comment