2024 ରେ ଓଡିଶା ମଙ୍ଗ ଧରିବେ କି ଅପରାଜିତା ! ଅମିତ ଶାହା ଙ୍କ ଇସାରା କୁ ନେଇ ଚର୍ଚା

ଓଡିଶା ଗସ୍ତରେ ଆସି ଫେରିଯାଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିରରେ ଜଳାଭିଷେକ କରିଥିଲେ ଏବଂ ପ୍ରଜାତନ୍ତ୍ର ପେପର ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ,ଏବଂ ଆଗାମୀ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେଇ ଫେରିଯାଇଛନ୍ତି I

ତେବେ ଅମିତ ଶାହା ଙ୍କ ଗସ୍ତପରେ ଏବେ ରାଜ୍ୟ ରାଜନୀତି ରେ ଜୋରଦାର ଚର୍ଚା I ଆଗାମୀ ନିର୍ବାଚନ ମଙ୍ଗ ଅପରାଜିତା ଧରିବେ କି ? କାହିଁକିନା ଅମିତ ଶାହା ଆସିବା ଠାରୁ ଫେରିବା ଯାଏଁ ତାଙ୍କ ପାଖେ ପାଖେ ଥିଲେ ଅପରାଜିତା ଷଡ଼ଙ୍ଗୀ ,କେବଳ ଏତିକି ନୁହେଁ ଅପରାଜିତା ଙ୍କୁ ସମ୍ଭୋଧନ କରି ଅମିତ ଶାହା କହିଥିଲେ କି ପ୍ରିୟ ଲୋକପ୍ରିୟ ସାଂସଦ ଅପରାଜିତା ମହୋଦୟା I

ରାଜ୍ୟ ରାଜନୀତି ରେ ଏକ ନିର୍ଦ୍ଧିଷ୍ଟ ଦଳ ଅପରାଜିତା ଙ୍କ ବିପକ୍ଷରେ ଗୋଛି କାଟୁଥିବା ଚର୍ଚା ହେଉଥିବା ବେଳେ କେନ୍ଦ୍ର ରେ କିନ୍ତୁ ଅପରାଜିତା ଙ୍କ ପତିଆରା ବୃଦ୍ଧି ହେବାରେ ଲାଗିଛି I ଯାହାର ଝଲକ ଅମିତ ଶାହା ଙ୍କ ଗସ୍ତ ରେ ଦେଖିବାକୁ ମିଳିଛି I

Leave a Comment