ଜାତୀୟ ଦଳରେ ପୁଅ କୁ ଏଣ୍ଟ୍ରି କରାଇବେ କି ଭର୍ତ୍ତୁହରି !

ପ୍ରଜାତନ୍ତ୍ର ର ୭୫ତମ ଫାଉଣ୍ଡେସନ ଦିବସ କାର୍ଯ୍ୟକ୍ରମ କୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି I କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବରିଷ୍ଠ ବିଜେଡି ସାଂସଦ ଭତ୍ତୃହରି ମହତାବ ଯେଉଁ ଭଳି ଭାବରେ ନିଜ ପୁଅ କୁ ମଂଚ ରେ ଏଣ୍ଟ୍ରି କରାଇଲେ ତାହାକୁ ନେଇ ବେଶ ଚର୍ଚା I

ଏପଟେ ବିଜେଡି ରେ ବାପା ଭର୍ତ୍ତୃହରି କୋଣ ଠେସା ହେଉଥିବା ବେଳେ ଜାତୀୟ ଦଳ ପ୍ରତି ଆକର୍ଷିତ ହେଉଥିବା ଆକଳନ କରାଯାଉଛି I ପୁଅକୁ ଜାତୀୟ ଦଳ ରେ ଏଣ୍ଟ୍ରି କରାଇବାକୁ ବାପା ଚେଷ୍ଟା କରୁଥିବା ଶୁଣାଯାଉଛି ଯାହାର ଝଲକ ମଧ୍ୟ ସେଦିନ ଦେଖିବାକୁ ମିଳିଥିଲା I ଲୋକରଞ୍ଜନ ସିଧାସଳଖ ଅମିତ ଶାହା ,ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ଅଙ୍କଲ ଧର୍ମେନ୍ଦ୍ର ଙ୍କୁ ସମ୍ଭୋଧନ କରି ଧନ୍ୟବାଦ ଦେଇଥିଲେ I ଭର୍ତ୍ତୃହରି ଙ୍କ ପ୍ରଧାନ ମନ୍ତ୍ରୀ ଙ୍କ ସହିତ ମଧ୍ୟ ବେଶ ଉତ୍ତମ ସମ୍ପର୍କ ,ଏପରିକି ପୁତ୍ର ବାହାଘର ରେ ମଧ୍ୟ ମୋଦି ଯୋଗ ଦେଇଥିଲେ I

ଏମିତିରେ ଭର୍ତ୍ତୃହରି ଙ୍କ ଅବସର ବୟସ ହେଲାଣି ଏବଂ ସେ ଆଞ୍ଚଳିକ ଦଳରେ କୋଣ ଠେସା ହେଇଗଲେଣି ତେଣୁ ପୁଅକୁ ଜାତୀୟ ଦଳରେ ଏଣ୍ଟ୍ରି କରାଇବେ ପ୍ରାୟତ I କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ସହିତ ମଧ୍ୟ ତାଙ୍କର ସମ୍ପର୍କ ବେଶ ନିବିଡ଼ I ତେବେ ଦେଖାଯାଉ ଆଗାମୀ ଦିନରେ ବିଜେପି ନା ବିଜେଡି ରେ ସାମିଲ ହେବେ ଭର୍ତ୍ତୃହରି ଙ୍କ ପୁତ୍ର I

Leave a Comment