ସମ୍ପର୍କ -କ୍ଷୁଦ୍ର ଗଳ୍ପ

ସ୍ୱତନ୍ତ୍ର ଉପସ୍ଥାପନା: ଗୋପାଳ ଚନ୍ଦ୍ର

ଯେତେବେଳେ ନିଜର ନିଜର କହି ଡିଣ୍ଡିମ ପିଟୁଥିବା ଆପଣା ର ଲୋକମାନେ ଅଧା ରାସ୍ତାରେ ସ୍ବାର୍ଥ ପୁରଣ ପରେ ସ୍ୱାର୍ଥପର ହେଇ ହାତ ଛାଡ଼ିଦେଲେ ,ସମ୍ପର୍କ ର ସଜ୍ଞା ଖୋଜୁଥିଲି ଭିଡ଼ ଭିତରେ ଗୁମୁରି ଗୁମୁରି ନିଷ୍ପେସିତ ସ୍ପନ୍ଦନ ଟା କାହାକୁ ଖୋଜୁଥିଲା ଜଣା ନଥିଲା , କିନ୍ତୁ କେହି ଜଣେ ଆପଣା ର ଚିହ୍ନା ମୁହଁ କୁ ବୋଧହୁଏ ଖୋଜୁଥିଲା I

ଆଉ ୟା ଭିତରେ ନୁଆ କରି ମୋ ଅଫିସ୍ ରେ ଯୋଗ ଦେଇଥିଲେ ଜଣେ ନୂତନ ଅଫିସର୍ I କେଜାଣି ସେଦିନ ପ୍ରଥମ ଦିନ ପ୍ରଥମ ଡାକ ଗୋପାଳ ମତେ ଭାରି ବିରକ୍ତ ଲାଗିଥିଲା, ବୋଧହୁଏ ମୋ ଇଗୋ ଗୋପାଳ ଡାକ ଟାକୁ ଗ୍ରହଣ କରିପାରିନଥିଲା , ଭାବୁଥିଲି କୋଉଠୁ ଆସିଛି ଭଦ୍ରାମି ସିଖିନି , ଏମିତି କଣ କିଏ ନା ଧରି ଡାକେ ?

ଦିତୀୟ ଦିନ ଅଫିସ୍ ରେ ସେ ହୋଟେଲ୍ ରେ ରହିବା କଥା ଶୁଣି ମୁଁ ମୋ ତରଫ ରୁ ମୋ ଫାଙ୍କା ରୁମ୍ ରେ ରହିବାକୁ ପ୍ରସ୍ତାବ ଦେଇଥିଲି, ଯଦିଓ କୌଣସି ଅପରିଚିତ ଲୋକଙ୍କ ସହିତ ମୁଁ ଜମାରୁ ବି ମିଶି ପାରେନି I

ଆଉ ତା ଭିତରେ ଧୀରେ ଧୀରେ ଆମ ଭିତରେ ସମ୍ପର୍କ ଏତେ ନିବିଡ ହେଇଗଲା ,ଏତେ ନିଜର ହେଇଗଲେ ଜାଣି ପାରିଲିନି ,
ବ୍ୟକ୍ତିଗତ ସ୍ତର ରେ ମୁଁ ଭୁଲ୍ କଲେ ସେ ଗାଳି ଦେଉଥିଲେ , ଫଟା ଫଟ୍ ଜବାବ ଦେଉଥିବା ଚେହେରା ଟା କେଜାଣି ସେ ଗାଳି ଆକଟ ପାଖରେ ଚୁପ୍ ରହୁଥିଲା, ନିଜକୁ ସୁଧାରିବାକୁ ଚେଷ୍ଟା କରୁଥିଲି I

ବୋଧହୁଏ ମୋ ନିଜ ଠୁ ସେ ମତେ ଅଧିକ ଚିହ୍ନିଥିଲେ , ଗୋଟେ ବଡ଼ ଭାଇ ଭାବରେ ସବୁ ଆକଟ ମତେ ଭଲ ଲାଗୁଥିଲା , ମୋ ନାଁ ଧରି ଦିନେ ଡାକିଥିଲେ ବୋଲି  ରାଗ ଲାଗୁଥିଲା ଏବେ କିନ୍ତୁ ସେ ପତି ବାବୁ ଡାକିଲେ ବିରକ୍ତ ଲାଗେ , କେଜାଣି ଇଛା ହୁଏ ବାରମ୍ବାର ସେହି ଗୋପାଳ ଡାକ ଶୁଣିବାକୁ , ସତରେ କେତେ ଆପଣାର ସେ ଡାକ ରେ , ବଡ଼ ଭାଇ ର ଡାକ ଟା ବୋଧେ ଏହିଭଳି ।

ଆଉ ମୁଁ ବି ଯଦି କିଏ ତାଙ୍କ ବିରୁଦ୍ଧ ରେ କହିଦିଏ କଷ୍ଟ ମତେ ହେଉଥିଲା ମୁଁ ରାଗିଯାଇ ୨/୪ ପଦ ଶୁଣାଇ ଦେଉଥିଲି I ସବୁବେଳେ ଇଟା ର ଜବାବ ପଥର ରେ ଦେବା ଚେହେରା ଜେ କେତେବେଳେ ଏତେ ନିରବ ପାଲଟି ଗଲା ତାହା ଜାଣି ହେଲାନି I

ଦିନେ ନିଶା କୁ ଘୃଣା କରୁଥିବା ଏ ଚେହେରା ଟା ଜେ ନିଶା କବଳରେ ଏମିତି ସାଙ୍ଘାତିକ ଫସିଯିବ ଜଣା ନଥିଲା 🤐 ଗୋଟେ ବଡ଼ ଭାଇ ଭଳି ବାରମ୍ବାର ସେ ଚେଷ୍ଟା କରିଛନ୍ତି ମତେ ସୁଧାରି ଦେବାକୁ , ଚେଷ୍ଟା ବିଫଳ ଯାଏନି, ନିଶା ଛାଡ଼ିବା ବି ଏତେ ସହଜ ନୁହେଁ , କିନ୍ତୁ କୁହାଯାଏ ନା ଯଦି ସ୍ନେହ ସମ୍ପର୍କ ରେ ସେତିକି ଦମ୍ ଥିବ କିଛି ବି ଅସମ୍ଭବ ନୁହେଁ ।

ପ୍ରଥମ ଥର ପାଇଁ କାହା ପାଇଁ ରାଣ ପକେଇଛି ,ତାର କ୍ଷତି କେମିତି କରିବାକୁ ଦେବି ଜାଣିଶୁଣି , ୧୦୦ ଲୋକଙ୍କୁ ରୋକଠୋକ୍ ସୁଣାଉ ଥିବା ଚେହେରା ତଳ ର ହୃଦୟ ଟା ସମ୍ପୂର୍ଣ୍ଣ ଇମୋସନାଲ୍, ଟିକେ ସ୍ନେହ ମମତା ରେ ବାନ୍ଧି ହେଇଗଲେ ମୋ ଆଖିରୁ ଲୁହ ଅଟକେଇ ପାରେନି , ହୁଏତ କେହି କେହି ଏହାକୁ ମୋ ଦୁର୍ବଳତା କହି ପାରନ୍ତି
କିନ୍ତୁ ଏହା ହିଁ ତ ବାସ୍ତବତା ।

ସେଦିନ ହସ୍ପିଟାଲ ରେ ଥାଏ ଯଦିଓ ଜାଣି ପାରୁ ନଥାଏ କିନ୍ତୁ ପାଖେ ପାଖେ ଅନୁଭବ କରିଛି ମୋ ପାଇଁ ତାଙ୍କ ପ୍ରତିଟି ବେଦନା କୁ , ଯେତେବେଳେ ମତେ ନେଇ ବିତଣ୍ଡା ଆଲୋଚନା ହେଉଥିଲା ବୋଧ ହୁଏ ସେ କେବଳ ନିରବ ରେ ନିଜର ନିଜର କହି ଡିଣ୍ଡିମ ପିଟୁଥିବା ମୋ ବନ୍ଧୁତ୍ୱ ର ଦୁର୍ବଳ ଅଡ଼ୁଆ ସୂତା କୁ ଦେଖି  ବ୍ୟଥିତ ହେଉଥିଲେ

ଆଉ ଯେବେ ମୋ ବଦଳି ରେ ସମସ୍ତେ ଅଶ୍ରୁ ନିଗାଡୁ ଥିଲେ ସେ କିନ୍ତୁ ଉପରକୁ ଖୁସି ଦେଖେଇ ହେଉଥିଲେ ,ଯଦିଓ ମୁଁ ଭଲକି ଜାଣିଛି ମୋ ପ୍ରତି ସେଇଟା ଥିଲା ଅଭିମାନ , ନଡ଼ିଆ ଭଳି ନିଜକୁ ଶକ୍ତ ଦେଖାଇ ହେଉଥିଲେ ବି ଭିତରଟା ପୁରା ପାଣି ଭଳି ଛଳ ଛଳ ହେଉଥିଲା , ମୋ ବିଚ୍ଛେଦ ରେ ସବୁଠୁ ଅଧିକ କଷ୍ଟ ପାଉଥିବା ଚେହେରା ଟା ଆଜି ମୋ ସାମ୍ନା ରେ ଖୁସି ହେବାର ଅଭିନୟ କରୁଥିଲେ । ସତରେ ଏମିତି ବି ସମ୍ପର୍କ ଥାଏ ? ହଁ ସବୁ ସମ୍ପର୍କ କେବଳ ରକ୍ତ ର ନଥାଏ କିଛି ସମ୍ପର୍କ ରକ୍ତ ଠୁ ଅଧିକ , ଆତ୍ମୀୟ ଠାରୁ ଆହୁରି ଅତ୍ମୀୟତା ।
ଅଡୁଆ ସୂତା ର ଏ ବନ୍ଧନ ମୋ ପାଇଁ ଗୋଟେ ସଚ୍ଚୋଟ ବନ୍ଧୁ, ମାର୍ଗଦର୍ଶକ, ଏବଂ ବଡ଼ ଭାଇ ର ସମ୍ପର୍କ । ଜିବନ କୁ ବଦଳେଇ ଦେଇଥିବାର ଏକ ସମ୍ପର୍କ । ଜୀବନ କୁ ନୁଆ କରି ଜିଇଁ ବାର ଶିକ୍ଷା ଦେଇଥିବା ଏକ ସମ୍ପର୍କ 🙏

 

 

Leave a Comment