ହୁକିଁ ବା ବେଆଇନ ଭାବେ ବିଦ୍ୟୁତ୍ ଜାଳୁଥିଲେ ଭିଏସ୍ଏସ୍ ନଗର ଫାଣ୍ଡିରେ ଚାଲିଥିଲା ସାଇବର୍ ଥାନା ପୁଲିସ।
ଗତ ଶୁକ୍ରବାର ଅପରାହ୍ଣରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ବେଆଇନ ହୂକିଂ ରେ ଚାଲୁଥିବା ସଂଯୋଗ କୁ ବିଛିଣ୍ଣ୍ କରିଦେଇଥିଲେ I ଯାହାକୁ ନେଇ ବିଦ୍ୟୁତ୍ କର୍ମଚାରୀ ଏବଂ ଥାନା କର୍ମଚାରୀ ତୁ ତୁ ମେ ମେ ହେଇଥିଲେ ଏପରିକି ଉଭୟ ଙ୍କ ମଧ୍ୟରେ ହାତାହାତି ହୋଇ ଯାଇଥିବା ସୁଚନା ମିଳିଛି I
ତେବେ ନିଜ ପୋଲିସ ର କ୍ଷମତାର ଦୁରୁପଯୋଗ କରି ଥାନା ଅଧିକାରୀ ପିସିଆର୍ ଭ୍ୟାନ୍ ଡକାଇ ବିଦ୍ୟୁତ୍ ବିଭାଗର ୨ଜଣ କର୍ମଚାରୀଙ୍କୁ ସହିଦ ନଗର ଥାନାକୁ ଉଠାଇ ନେଇଯାଇଥିଲେ। ଏବଂ ସେଠାରେ ତାଙ୍କୁ ଅଟକ ରଖି ମାନସିକ ନିର୍ଯାତନା ଦେଇଥିବା କର୍ମଚାରୀ ଅଭିଯୋଗ କରିଥିଲେ I ତେବେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଉପରିସ୍ଥ ଅଧିକାରୀ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ବିଷୟରେ ସହିଦ ନଗର ଥାନାରେ ଜଣାଇଥିଲେ I
ବିଦ୍ୟୁତ୍ ବିଭାଗର ଅଧିକାରୀ ଙ୍କ କହିବାନୁଯାୟୀ ସାଇବର ଥାନା ର ବିଦ୍ୟୁତ୍ ଖର୍ଚ୍ଚ ଅଧିକ କିନ୍ତୁ ବାରମ୍ବାର କହିବା ସତ୍ତ୍ୱେ କେହି ଶୁଣୁ ନଥିଲେ ଏବଂ ବେଆଇନ ଭାବେ ବିଦ୍ୟୁତ୍ ଜାଳୁଥିଲେ ଯାହାକି ଦଣ୍ଡନୀୟ ଅପରାଧ ଅଟେ I ତେଣୁ ବିଦ୍ୟୁତ୍ ତାର କଟା ଯାଇଥିଲା।
ଉଭୟ ପକ୍ଷ ଙ୍କ ମିଳିତ ଆଲୋଚନା ରେ ଘଟଣା ର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ଏବଂ ଅଟକ ଦୁଇ କର୍ମଚାରୀ ଥାନାରୁ ଫେରିଥିଲେ I