ପ୍ରମିଳା ମୋ ଠୁ 5 ହଜାର ନେଇ ନ୍ୟାୟ ଦେଲେନି ;ଦିବ୍ୟାଙ୍ଗ ଯୁବକ

ତପସ୍ୱିନୀ ସୁମିତ ଘଟଣାରେ ଚର୍ଚା କୁ ଆସିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ନିକଟରେ କେ ଦୀପିକା ଙ୍କୁ ନ୍ୟାୟ ଦେବାକୁ ତାଙ୍କ ଘର ସାମ୍ନାରେ ବସି ରହିଛନ୍ତି I ତେବେ ପ୍ରମିଳା ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ I ପପ୍ରମିଳା ଯେଉଁ ଦୀନେଶ ଙ୍କ ଘର ସାମ୍ନା ରେ ବସିଛନ୍ତି ସେଠାରେ ଜଣେ ଦିବ୍ୟାଙ୍ଗ ଯୁବକ ଏକ ବ୍ୟାନର ଧରି ବସିଛନ୍ତି I

ଏହି ଯୁବକ ଜଣଙ୍କ କହିଛନ୍ତି କି ମତେ ବି ନ୍ୟାୟ ଦିଆଯାଉ , ଜଣେ ଯୁବକ ଙ୍କ ସହିତ ପରକୀୟା ପ୍ରୀତି କରି ପଳାଇଛି ଏବଂ ମତେ ମାନସିକ ନିର୍ଯ୍ୟାତନା ଦେଉଛି I ଏନେଇ ପ୍ରମିଳା ତ୍ରିପାଠୀ ମତେ ନ୍ୟାୟ ଦେବାକୁ କହିବାରୁ ମୋର ଭରଷା ଆସିଥିଲା ଏବଂ ସେ ଓଟିଭି ର ଏକ କାର୍ଯ୍ୟକ୍ରମ ଜୀବନ ଦୋ ଛକିରେ ଆଶାର ଆଲୋକ ରେ ମତେ ଏବଂ ସେ ଝିଅ କୁ ଏକାଠି ମିଶାଇ ଦେବେ ,

ଏଥିପାଇଁ ମୁଁ ଏଣ୍ଟ୍ରି ଫି ବାବଦ ରେ 1200 ନେଇଥିଲେ ଏବଂ ଅନ୍ୟାନ୍ୟ ବାବଦ ମିଶାଇ ମୋଟ 5000 ଦେଇଥିଲି , କିନ୍ତୁ ମତେ ସେ ନ୍ୟାୟ ଦେଇପାରିଲେ ନାହିଁ I ତେଣୁ ମତେ ନ୍ୟାୟ ଦିଆଯାଉ , ଏପଟେ ସମାଜସେବୀ ପ୍ରମିଳା ଙ୍କ ବିପକ୍ଷରେ ଏଭଳି ସାଙ୍ଘାତିକ ଅଭିଯୋଗ ପରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

ସବୁରି ମନରେ ଗୋଟିଏ ପ୍ରଶ୍ନ , ସତରେ କଣ ପ୍ରମିଳା ଅନ୍ୟକୁ ନ୍ୟାୟ ଦେବାକୁ କହି ଏଭଳି ଠକେଇ କରିଛନ୍ତି ? କଣ ଏହି ଦିବ୍ୟାଙ୍ଗ ଯୁବକ ଜଣଙ୍କ ସତ କହୁଛନ୍ତି ? ନା ପ୍ରମିଳା ଙ୍କ ବିରୁଦ୍ଧରେ ଏହା ଏକ ଷଡଯନ୍ତ୍ର ? ତେବେ ପ୍ରମିଳା ମୁଁହ ଖୋଲିଲେ ହିଁ ସତ ଜଣାପଡିବ I

Leave a Comment