ବିଜେଡି ରେ ସାମିଲ ହେବେ କି ଲୁଲୁ ଙ୍କ ଝିଅ ଉପାସନା ! ୫ଟି ସଚିବଙ୍କୁ ପ୍ରଶଂସା, ରୁଦ୍ର ଙ୍କ ହାତରେ ରାଖୀ ବାନ୍ଧିଲେ

ବ୍ରହ୍ମଗିରି ଲୁଲୁ ଙ୍କ ତନୟା ଙ୍କୁ ନେଇ ଏବେ ରାଜନୀତି ଉଠୁଛି ପଡୁଛି I ନିକଟରେ ବିଜେଡି ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କ ହାତରେ ରାଖୀ ବାନ୍ଧି ଚର୍ଚା କୁ ଆସିଛନ୍ତି I ଯଦିଓ ରାଖୀ ଏକ ପବିତ୍ର ସମ୍ପର୍କ ଏଥିରେ କୌଣସି ଦଳୀୟ ଭାବନା ନଥାଏ ତେବେ ବିଜେପି ର ବ୍ରହ୍ମଗିରି ର ଉପାସନା ଆଗାମୀ ଭବିଷ୍ୟତ ହେଇଥିବା ବେଳେ ବିଜେଡି ପ୍ରତି ଢଳୁଥିବା ସାଧାରଣ ରେ ଆଲୋଚନା ହେଉଛି I

ଉପାସନା ଙ୍କ ସୋସିଆଲ ମିଡ଼ିଆ ପୋଷ୍ଟିଙ୍ଗ ଏହି ଚର୍ଚା କୁ ଜୋର ଧରାଇଛି ସଞ୍ଜୟ -ଲୁଲୁ ପଲିଟିକାଲ ଲଢେଇ ଭିତରେ ଶରୀର ଅସୁସ୍ଥତା ରେ ଲୁଲୁଙ୍କ ଅକାଳ ବିୟୋଗ ବ୍ରହ୍ମଗିରି କୁ ଶକ୍ତ ଧକା ଦେଇଥିଲା ଏବଂ ଯେଉଁ କଂଗ୍ରେସ ପାଇଁ ଲୁଲୁ ଏତେ ବଳିଦାନ ଦେଇଥିଲେ ଶେଷରେ ସେଇ କଂଗ୍ରେସ ଲୁଲୁ ଙ୍କୁ ଅଣଦେଖା କରିଥିଲା ଫଳରେ କଂଗ୍ରେସ ଛାଡି ବିଜେପି ରେ ସାମିଲ ହେଇଥିଲେ ଉପାସନା ଏବଂ ଲୁଲୁ ଙ୍କ ପରିବାର I

ଟାଣୁଆ ନେତା ସଞ୍ଜୟ ଙ୍କୁ ମଧ୍ୟ ପରାଜିତ କରିଥିଲେ ଲଳିତେନ୍ଦୁ I ତେବେ ଏବେ ବିଜେପି ଛାଡି ଲୁଲୁ ଙ୍କ ଝିଅ ବିଜେଡି ମୁଁହା ହେଉଥିବା ଚର୍ଚା ହେଉଛି I ନିକଟରେ 5T ସଚିବଙ୍କ ଅଲାରନାଥ ଗସ୍ତ କୁ ନେଇ ଉପାସନା ଯେଉଁଭଳି ପ୍ରଶଂସା କରିଛନ୍ତି ତାକୁ ନେଇ ଏଭଳି ଚର୍ଚା ହେଉଛି I ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ଉପାସନା 5ଟି ସଚିବ ଙ୍କୁ ପ୍ରସଂଶା ରେ ପୋତି ପକାଇଛନ୍ତି I


ଉପାସନା ଲେଖିଛନ୍ତି କି ଓବିସିସି ଅଧିକାରୀଙ୍କ ସହ ପ୍ରଭୁ ଶ୍ରୀ ଅଲାରନାଥଙ୍କ ମନ୍ଦିରର ପରିଦର୍ଶନ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିରର ବିକାଶ କାର୍ଯ୍ୟକୁ ସୁନିଶ୍ଚିତ କରିଥିବାରୁ 5T ସଚିବ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନ ଙ୍କୁ ଧନ୍ୟବାଦ ।

ଏହି ମନ୍ଦିରର ବିକାଶ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବ୍ରହ୍ମଗିରି ବାସିନ୍ଦାଙ୍କର ଦୀର୍ଘ ଦିନର ଦାବି ରହି ଆସିଥିଲା । ସ୍ନାନ ଯାତ୍ରା ପରେ ଆଷାଢ଼ କୃଷ୍ଣପକ୍ଷ ସମୟରେ ଏହି ସ୍ଥାନରେ ବହୁତ ଭିଡ଼ ହୋଇଥାଏ । ଏହି ଅବଧି ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୁରୀ ମନ୍ଦିର ପରିବର୍ତ୍ତେ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ଶ୍ରୀ ଅଲାରନାଥ ଦେବ ଭାବରେ ଦର୍ଶନ ଦେଇଥାନ୍ତି । ମନ୍ଦିରର ବିକାଶ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆମେ ଏହି ଲୋକାଭିମୁଖୀ ପଦକ୍ଷେପକୁ ହୃଦୟର ସହିତ ସ୍ୱାଗତ ଜଣାଉଛୁ

Leave a Comment