ସାଧାରଣତଃ ଆପଣ ନକଲି ପୋଲିସ କଥା ଶୁଣିଥିବେ କିନ୍ତୁ କେବେ ନକଲି ପୋଲିସ ଷ୍ଟେସନ କଥା ଶୁଣିଛନ୍ତି କି ? ହଁ ଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ର ବଙ୍କା ଜିଲ୍ଲା ରେ I ତେବେ ଏହି ନକଲି ପୋଲିସ ଷ୍ଟେସନ ଟି ପ୍ରକୃତ ଥାନା ଠାରୁ ମାତ୍ର 500 ଦୂରରେ ଏକ ହୋଟେଲ ରେ ଚାଲିଥିଲା I ନକଲି ପୋଲିସ ଥାନା ଖୋଲି ବହୁଦିନ ଧରି ଏହି ନକଲି ଅଫିସର ମାନେ ଲୋକଙ୍କୁ ଠକିବାରେ ଲାଗିଥିଲେ I
ଯେତେବେଳେ ପୋଲିସ ଅଧିକାରୀଙ୍କ ଏକ ଟିମ୍ ଅପରାଧୀଙ୍କୁ ଧରିବାକୁ ବାହାରକୁ ଆସୁଥିଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଫେରିବା ବାଟରେ, SHO ଶମ୍ଭୁ ଯାଦବ ବିହାର ପୋଲିସ ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଦେଖିଲେ |
Image credit:news18
ସନ୍ଦେହକୁ ଭିତ୍ତି କରି ଉଭୟଙ୍କୁ ପଚରାଉଚରା କରାଯାଇଥିଲା, ଏହା ପରେ ନକଲି ପୋଲିସ ଷ୍ଟେସନର ମାମଲା ରୁଜୁ ହୋଇଥିଲା।ଏହାସହିତ ଦୁଇ ମହିଳାଙ୍କ ସମେତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବାବେଳେ ର୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛି।