ଖୋଲିଲା ସାରଥୀ ଆଶ୍ରମ,ତାତିଲେଣି କେନ୍ଦ୍ରାପଡା ବାସି , କେନ୍ଦ୍ରାପଡା ରେ ପୁରାଇ ଦେବୁନି , ପୂର୍ବଥର ଭଳି ପୁଣି ନିଆଁ ଜଳିବ

ବହୁ ଚର୍ଚିତ ସାରଥୀ ଆଶ୍ରମ ଖୋଲା ଥିବା ଦେଖାଯାଇଛି ଏବଂ ଭକ୍ତ ଙ୍କ ସମାଗମ ଲାଗି ରହିଛି ଯାହାକୁ ନେଇ କେନ୍ଦ୍ରାପଡା ରେ ଚର୍ଚା ଜୋର ଧରିଛି I ଗତ ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥୀ ଓରଫ ସନ୍ତୋଷ ରାଉଳ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେବା ସହିତ ସାରଥୀର ବାରିମୂଳ ଆଶ୍ରମ କୁ ଇଡି ସିଲ କରିଥିଲା I

ତେବେ ଜନ୍ମାଷ୍ଟମୀ ରୁ ଭକ୍ତ ପ୍ରବେଶ କରି ସାରଥି ଫଟୋକୁ ପୂଜା କରିବା, ନାମ ସଂକୀର୍ତ୍ତନ କରିବା ଦେଖିବାକୁ ମିଳିଛି । ଏପଟେ ପୋଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ ତେବେ କେନ୍ଦ୍ରାପଡା ରେ ଏହାକୁ ନେଇ ପ୍ରତିକ୍ରିୟା ଦେଖାଯାଇଛି I

କେନ୍ଦ୍ରାପଡା ବାରିମୂଳ ଆଶ୍ରମ ନଯିବାକୁ ତାଙ୍କୁ ସର୍ତ୍ତ ରଖାଯାଇଛି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା I ଏପଟେ ଆଶ୍ରମ ଖୋଲିଥିବାରୁ ଯଦି ସାରଥୀ ପ୍ରବେଶ କରିବାକୁ ଚେଷ୍ଟା କରୁଥାନ୍ତି ତେବେ ତାଙ୍କୁ ପ୍ରବେଶ କରାଇ ଆମ ମାଟି କୁ କଳୁଷିତ ହେବାକୁ ଦେବୁନାହିଁ କି ସେ ଲୋକଙ୍କୁ ଠକିବାକୁ ଆମେ କଦାପି କରାଇଦେବୁନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା I

 

ଯଦି ସେ ପୁଣି କେନ୍ଦ୍ରାପଡା କୁ ଆସେ ତେବେ ପୂର୍ବଥର ଠାରୁ ଆହୁରି ନିଆଁ ଜଳିବ , ସେଥିପାଇଁ ପ୍ରସାଶନ ଦାୟୀ ରହିବେ ବୋଲି କହିଛନ୍ତି ଅଞ୍ଚଳର ସ୍ଥାନୀୟ ଲୋକ I

Leave a Comment