ବିଜେପି ମୁଁହା ସୌମ୍ୟ ଙ୍କୁ ବିଜେଡି ର ଜନ୍ମଦିନ ଉପହାର ,ପର୍ଯ୍ୟବେକ୍ଷକ ପଦରୁ ବିଦା

ବିଜେପି ମୁଁହା ସୌମ୍ୟ ଙ୍କୁ ବିଜେଡି ର ଜନ୍ମଦିନ ଉପହାର ,ପର୍ଯ୍ୟବେକ୍ଷକ ପଦରୁ ବିଦାନିକଟରେ 70 ବର୍ଷ ବୟସ ରେ ପାଦ ଦେଇଛନ୍ତି ବିଜେଡି ର ନେତା ତଥା ମିଡ଼ିଆ ବାଦଶାହା ସୌମ୍ୟ ପଟନାୟକ ,ତେବେ ତାଙ୍କ ଜନ୍ମ ଦିନରେ ବିଜେଡି ତରଫରୁ ଯେଉଁ ଉପହାର ମିଳିଛି ତାକୁ ନେଇ ଏବେ ଜୋରଦାର ଚର୍ଚା I

କିଛିଦିନ ତଳେ ଅମିତ ଶାହା ଙ୍କ ଯିବନି କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ଏବଂ ଏହାର ମୁଖ୍ୟ ଅତିଥି ଥିଲେ ସୌମ୍ୟ ପଟନାୟକ I ଧର୍ମେନ୍ଦ୍ର ଏବଂ ସୌମ୍ୟ ଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା I ଉଭୟ ଉଭୟଙ୍କର ଢେର ସାରା ପ୍ରସଂଶା ମଧ୍ୟ କରିଥିଲେ I ଯାହାକୁ ନେଇ ରାଜ୍ୟ ରାଜନୀତି ରେ ଜୋରଦାର ଚର୍ଚ୍ଚ ହେଉଥିଲା କି ସୌମ୍ୟ ବିଜେପି ମୁଁହା ,ହୁଏତ 2024 ପାଇଁ ସେ ବିଜେପି ରେ ମିସିପାରନ୍ତି I

 

ତେବେ ସୌମ୍ୟ ଙ୍କ ବିଜେପି ମୁଁହା ଏବେ ଭାରି ପଡିଛି ବୋଧହୁଏ , ଦଳର ସୁପ୍ରିମ ଙ୍କ ରୋଷର ଶିକାର ହେଇଛନ୍ତି ସୌମ୍ୟ I ଜନ୍ମଦିନରେ ସୌମ୍ୟ ଙ୍କ ହାତରୁ ପର୍ଯ୍ୟବେକ୍ଷକ ପଦବୀ କାଢି ନିଆଯାଇଛି ତାଙ୍କ ବଦଳରେ ପ୍ରତାପ ଜେନା ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି I ଯାହାକୁ ନେଇ ଆଲୋଚନା ହେଉଛି ଏବେଠୁ ସୌମ୍ୟ ଙ୍କୁ ବାଟକୁ ଆଣିବାକୁ ବିଜେଡି ଏଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥାଇପାରେ I

Leave a Comment