ସୁଶାନ୍ତ ସିଂ ଙ୍କ ଅଭିଶାପ ପଡିଛି ବଲିୟୁଡ଼ ଉପରେ ସୁପର ଷ୍ଟାର ଙ୍କ ଫିଲ୍ମ ସୁପର ଫ୍ଲପ

ଦିନେ ଯେଉଁ ସୁପରଷ୍ଟାର ଙ୍କ ଫିଲ୍ମ ପରଦା କୁ ଆସିବା ପୂର୍ବରୁ ସୁପର ହିଟ ହେଉଥିଲା , 1000 ,1000 କୋଟି ଟଙ୍କାର ବେପାର କରି ନୂଆ ରେକର୍ଡ କରୁଥିଲା ସେଇ ସୁପରଷ୍ଟାର ଙ୍କ ଫିଲ୍ମ ଏବେ ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି I ପିକେ , 3 ଇଡିଏଟ ଏବଂ ଦଙ୍ଗଲ ଭଳି ସୁପର ଫିଲ୍ମ ଭେଟି ଦେଇଥିବା ଅମୀର ଖାନ ବୟକଟ ବଲିୟୁଡ଼ ର ନାରା ସମ୍ପୂର୍ଣ୍ଣ ଧୋଇ ହେଇଯାଇଛନ୍ତି

ଏପରିକି ତାଙ୍କ ଦେଖାଦେଖି ବହୁତ ବଡ ବଡ ବ୍ୟାନର ଯଥା କରଣ ଜୋହର , ଶାହରୁଖ ଖା ଫିଲ୍ମ ରିଲିଜ କରିବାକୁ ଭୟ କରୁଛନ୍ତି I ତେବେ ଏସବୁ ଦେଖିବା ପରେ ସତେ ଯେଭଳି ମନ ଭିତରେ ସ୍ୱତଃ ଆସୁଛି କି ଅଭିନେତା ସୁଶାନ୍ତ ସିଂ ଙ୍କ ଅତ୍ମହତ୍ୟା ପରେ ତାଙ୍କ ଅଭିଶାପ ବଲିୟୁଡ଼ ଉପରେ ପଡିଯାଇଛି I

ସେବେଠାରୁ ତାଙ୍କ ଫ୍ୟାନ ମାନେ ରାଗି ପାଚି ବୟକଟ ବଲିୟୁଡ଼ ର ସ୍ଲୋଗାନ ଦେଇଥିଲେ ଏବଂ ଅନେକ ଫିଲ୍ମ ପରେ ସୁପର ଫ୍ଲପ ହେଇଛି I ନେପୋଟିଯିମ କୁ ନେଇ ବୟକଟ ବଲିୟୁଡ଼ ଝଡ଼ ବହୁତ ଜୋର ରେ ଉଠିଥିଲା ଏବଂ ଏବେବି ସେହି ଝଡ଼ ରେ ବହୁ ବିଶାଳ ଦ୍ରୁମ ହାହାକାର ଡାକିବାରେ ଲାଗିଲେଣି I

ସାଉଥ ଫିଲ୍ମ ପୁଷ୍ପା , କେଜିଏଫ ବଲିୟୁଡ଼ ରେ ସୁପର ହିଟ ହେଇ ସଫଳ ବ୍ୟବସାୟ କରିଥିବା ବେଳେ ବଲିୟୁଡ଼ ଏବେ ଅଭିଶପ୍ତ ହେଇ କେବଳ ସୁପର ଫ୍ଲପ ସାଉଁଟିବାରେ ଲାଗିଛି I

Leave a Comment