୨୦୨୪ ଢେଙ୍କାନାଳ ରୁ ଏଥର ଲୋକସଭା ସାଂସଦ ପାଇଁ ଲଢ଼ିବେ ଧର୍ମେନ୍ଦ୍ର ! ନହେଲେ ମିଳିବନି ମନ୍ତ୍ରୀପଦ !

ରାଜ୍ୟ ଠୁ ଆରମ୍ଭ କରି କେନ୍ଦ୍ର ଯାଏଁ ଧର୍ମେନ୍ଦ୍ର ଙ୍କୁ ନେଇ ଜୋରଦାର ଚର୍ଚା ? ଏଥରକ ଆଉ ରାଜ୍ୟସଭା ନୁହେଁ ସିଧାସଳଖ ଲୋକସଭା ଆସନ ରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ I

ନହେଲେ ମିଳିବନି ମନ୍ତ୍ରୀପଦ ,ଏଭଳି ଚର୍ଚା ଉପର ମହଲ ରେ ଜୋରଦାର ଚାଲିଥିଲା ବେଳେ ଧର୍ମେନ୍ଦ୍ର ଙ୍କ ଲଗାତାର ଢେଙ୍କାନାଳ ଗସ୍ତ ଏସବୁ ଚର୍ଚା ଉପରେ ଆହୁରି ଜୋର ଧରିଛି I ଚର୍ଚା ହେଉଥିବା ଖବର ଅନୁଯାୟୀ ଆଗାମୀ ୨୦୨୪ ନିର୍ବାଚନ ରେ ନୂଆ ନିଷ୍ପତି ନିଆଯିବ I

ଯେଉଁମାନେ ଲୋକସଭା ଆସନ ରୁ ବିଜୟୀ ହେଇନାହାନ୍ତି ସେମାନଙ୍କୁ ଟିକେଟ ମିଳିବନି I ଏଥର ଆରଏସଏସ ଏଭଳି ନୂଆ ନିୟମ ଲାଗୁ କରିବ ବୋଲି ଚର୍ଚା I ଯେଉଁଥିପାଇଁ ଧର୍ମେନ୍ଦ୍ର ଙ୍କ ଚିନ୍ତା ବଢିଯାଇଛି I ଗତ ପଂଚାୟତ ଓ ପୌର ନିର୍ବାଚନରେ ଅନୁଗୁଳ ଜିଲ୍ଲା କୁ ଜମାରୁ ପାଦ ପକାଇ ନଥିବା ବିଜେପି ର ପାୱାର ଫୁଲ ନେତା ଏଥରକ ଘନ ଘନ ଗସ୍ତ କରିବାରେ ଲାଗିଛନ୍ତି I

ଅନ୍ୟପଟେ ବିଜେପି ର ଜଣେ ଟାଣୁଆ ନେତା ଭାବେ ଧର୍ମେନ୍ଦ୍ର ପରିଗଣିତ ହେଉଥିବା ବେଳେ ଓଡିଶା ରେ ସେ ଜମାରୁ ନିର୍ବାଚନ ଲଢ଼ି ନାହାନ୍ତି ,ଯାହାକୁ ନେଇ ତାଙ୍କୁ ବାରମ୍ବାର ସମାଲୋଚନା ହେବାକୁ ପଡୁଛି ବିପକ୍ଷ ଦଳ ମାନଙ୍କ ଦ୍ୱାରା I ଏସବୁ ଭିତରେ ଏବେ ଧର୍ମେନ୍ଦ୍ର କୁଆଡେ ଅଣ୍ଟା ଭିଡିଛନ୍ତି ଯେଣେତେନ ପ୍ରକାରେ ଲୋକସଭା ସାଂସଦ ଭାବେ ସେ ନିର୍ବାଚନ ଲଢ଼ିବେ I ଆଉ ଏଥିପାଇଁ ନିଜ ନିର୍ବାଚନୀ ମଣ୍ଡଳୀ ଭାବେ ଢେଙ୍କାନାଳ କୁ ମାରାଥନ ପ୍ରଚାର ଜାରି ରହିଛି I

Leave a Comment