ଅରିନ୍ଦମ ବେଳକୁ କହୁଥିଲେ ସାମ୍ୱାଦିକ ର କଣ ଦରକାର ଥିଲା ପାଣି ଭିତରକୁ ଯିବା ଆଜି ଭୟଙ୍କର ବନ୍ୟା ପାଣି ରେ ମହିଳା ରିପୋର୍ଟର

ରାଜ୍ୟର ଅଧିକାଂଶ ଅଞ୍ଚଳ ରେ ବନ୍ୟାର ତାଣ୍ଡବ ଚାଲିଥିବା ବେଳେ ଜନସାଧାରଣ ଙ୍କ ସମସ୍ୟା କୁ ଗଣମାଧ୍ୟମ ଜରିଆରେ ପ୍ରସାଶନ ଏବଂ ସାଧାରଣ ରେ ପହଞ୍ଚାଇବା ଗଣମାଧ୍ୟମ ର ପ୍ରମୁଖ ଦାୟିତ୍ୱ I ତେବେ ବନ୍ୟା ସମୟରେ କନକ ଟିଭି ସମ୍ପାଦକ ମନୋରଞ୍ଜନ ମିଶ୍ର ଙ୍କ ଦ୍ୱାରା ଜାରି ହେଇଥିବା ଫୋଟୋ କୁ ନେଇ ଏବେ ସବୁଆଡେ ଚର୍ଚା I

କନକ ଟିଭି ର ମହିଳା ସାମ୍ବାଦିକ ଏବଂ ଅନ୍ୟ ରିପୋର୍ଟର ମାନେ ଗ୍ରାଉଣ୍ଡ ଲେଭେଲ ରେ ଲୋକଙ୍କ ସମସ୍ୟା ପ୍ରସାଶନ ପାଖରେ ପହଞ୍ଚାଉଛନ୍ତି ଯାହାକି ସ୍ୱାଗତଯୋଗ୍ୟ ନିଷ୍ପତି I ତେବେ ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ମନୋରଞ୍ଜନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୋସିଆଲ ମିଡ଼ିଆ ୟୁଜର I

ପ୍ରାୟ ୟୁଜର ଲେଖିଛନ୍ତି କି ଯେଉଁ ମନୋରଞ୍ଜନ ଦିନେ ଅରିନ୍ଦମ ଦାସ ଙ୍କୁ କହୁଥିଲେ ସାମ୍ବାଦିକ ର କଣ ଆବଶ୍ୟକ ପାଣି ଭିତରେ ଯାଇକି ରିପୋର୍ଟ କରିବା ? ସେହି ମନୋରଞ୍ଜନ କିଭଳି ନିଜ ରିପୋର୍ଟର ଙ୍କୁ ପାଣି ଭିତରକୁ ପଠାଇଛନ୍ତି I ଦେବୀପ୍ରସାଦ ପଣ୍ଡା ଲେଖିଛନ୍ତି କି ଏମାନଙ୍କ ଯଦି କିଛି ଅସୁବିଧା ହୁଏ ଆପଣ ଦାୟୀ ହେବେ କି ?

ଆପଣ ପା ନିଜେ ଅରିନ୍ଦମ ବେଳକୁ କହୁଥିଲେ I ସେହିଭଳି ମନୋରଞ୍ଜନ ଦାସ ଲେଖିଛନ୍ତି କି “ଅରିନ୍ଦମ ପରି ହବନିତ ଦୟାକରି ଘରସଂସାର ପତି ଧ୍ୟାନ ଦିଅନ୍ତୁ / TRP ରେ ନୁହଁ” ରବି ପାତ୍ର ଲେଖିଛନ୍ତି କି “ଏତେବଡ଼ ସାହସ ଜୁଟାଇଥିବାରୁ ଧନ୍ୟବାଦ, ମାତ୍ର ପହଁରିବା ଜାଣିଛନ୍ତି ତ ????

ଯଦି କିଛି ଅଘଟଣ ଘଟେ, ଅରିନ୍ଦମ କଥା ଭୁଲିଗଲେ ????” ପହଁରା ଜାଣିଛନ୍ତି ତ , ଅରିନ୍ଦମଙ୍କ ଭଳି ଘଟଣା ପୁନରାବୁର୍ତି ନ ହେଉ I ତେବେ ଆପଣ ଙ୍କ ମତ କଣ , କମେଣ୍ଟ ରେ ଜଣାଇବେ I

Leave a Comment